Odisha Link
Bridging the Missing Links in Odisha

ରେମୋଙ୍କ ସ୍ବାସ୍ଥ୍ୟ ଅବସ୍ଥାର ସୂଚନା ଦେଲେ ପତ୍ନୀ

ମୁମ୍ବାଇ: ବଲିଉଡ୍‌ କୋରିଓଗ୍ରାଫର ତଥା ସିନେମା ନିର୍ମାତା ରେମୋ ଡିସୌଜାଙ୍କୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତର ଶିକାର ହୋଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଏ ନେଇ ତାଙ୍କ ସ୍ତ୍ରୀ ଲିଜେଲି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ରେମୋ ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟା ୩୦ ସମୟରେ ହୃଦ୍‌ଘାତ ହେବାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।ନିକଟରେ ରେମୋଙ୍କର ଆନଜିଓଗ୍ରାଫି ଅପରେସନ ହୋଇଥିଲା। ରେମୋଙ୍କ ହାର୍ଟ ବ୍ଲକେଜ୍‌ ହଟାଇବା ପରେ ତାଙ୍କୁ ଆଇସିୟୁକୁ ସିଫ୍ଟ କରିଦିଆଯାଇଛି। ତାଙ୍କ ସହିତ ହସପିଟାଲରେ ତାଙ୍କ ସ୍ତ୍ରୀ ଲିଜେଲ୍‌, କୋରିଓଗ୍ରାଫର ଧର୍ମେଶ ଏବଂ ସମ୍ପର୍କୀୟ ଅଛନ୍ତି।

Comments are closed.