Odisha Link
Bridging the Missing Links in Odisha

ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରିଛନ୍ତି ଓଡ଼ିଶା ପୋଲିସ ଡିଜି ଅଭୟ। ଏହି ଗସ୍ତ ଅବସରରେ ସେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି। ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି। ଡିଜି BSF କ୍ୟାମ୍ପରେ ପହଞ୍ଚି ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ଥିବା ଯବାନମାନଙ୍କୁ ସମ୍ବୋଧିତ କରିବା ସହ ଯବାନଙ୍କ ସହିତ ଆଲୋଚନା କରିଥିଲେ।

ଅଭୟ ସଫଳତାର ଶ୍ରେୟ ଯବାନମାନଙ୍କୁ ଦେଇଥିଲେ। ଏଥି ସହିତ ଆଗାମୀ ଦିନରେ କିପରି ମାଓ ଦମନ ଅଭିଯାନକୁ ଆହୁରି ଜୋରଦାର କରାଯିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ଗତକାଲି ସ୍ୱାଭିମାନ ଅଂଚଳର ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଗାଜୁଲମାମୁଡ଼ି ପଞ୍ଚାୟତର ସୁନାରାମ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହଁମୁହି ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।

Comments are closed.