Odisha Link
Bridging the Missing Links in Odisha

କୋଭିଡ୍ ନିୟମ ମାନିଲେ ଖୋଲିବ ମନ୍ଦିର: ଦେବୋତ୍ତର ବିଭାଗ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ମନ୍ଦିର ଖୋଲିବାକୁ ନେଇ ଆରମ୍ଭ ହେଉଛି ପ୍ରସ୍ତୁତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧିନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତ୍ତର କମିଶନ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ଦୋବତ୍ତର କମିଶନ ମନ୍ଦିର ଖୋଲିବା ନେଇ କିଛି ନିୟମ ନିର୍ଦ୍ଧାରଣ କରିଛନ୍ତି। କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବା ପାଇଁ କୁହାଯାଇଛି।

ମନ୍ଦିରଗୁଡ଼ିକର ମୋଡାଲିଟି ନିର୍ଦ୍ଧାରଣ କରି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି ମୋଡାଲିଟିରେ ଅନେକ ପ୍ରସ୍ତାବ ରହିଛି। ଯେପରିକି ସାମାଜିକ ଦୂରତା ମାନିବା, ଦ୍ୱାରମୁହଁରେ ସାନିଟାଇଜର ରଖିବା ଆଦି ରହିଛି। ଏଥିସହ ଏକକାଳନୀ ଭକ୍ତଙ୍କ ପ୍ରବେଶ ବାରଣ ରହିଛି। ବାଡ ପୂଜା କରିବା ପାଇଁ ବାରଣ କରାଯାଇଛି। ଏଥିସହ ମନ୍ଦିରରେ ପ୍ରବେଶ ପୂର୍ବରୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏସବୁ ନିୟମ ମାନିଲେ ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏ ଦିଗରେ ରାଜ୍ୟ ସରକାର ଚୂଡ଼ାନ୍ତି ନିଷ୍ପତ୍ତି ନେବେ ବୋଲି ଦେବୋତ୍ତର କମିଶନର ପ୍ରକାଶ କରିଛନ୍ତି।

ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଖୋଲିବା ନେଇ ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିଇଛି। ସରକାର ଅନୁମତି ଦେଲା ପରେ ଶ୍ରୀମନ୍ଦିର ଖୋଲିଦିଆଯିବ। ପ୍ରଥେମ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୨୨ରୁ ୨୪ ପୁରୀ ଜିଲ୍ଲାବାସୀଙ୍କ ପାଇଁ ଏବଂ ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଅନୁମତି ମିଳିବ। ଦର୍ଶନ ସମୟରେ କୋଭିଡ୍‌ କଟକଣା ଜାରି ରହିବ।

Comments are closed.