Odisha Link
Bridging the Missing Links in Odisha

ଗଞ୍ଜାମରେ ବନ୍ଦ ହେବ ୨ କୋଭିଡ୍‌ ହସ୍ପିଟାଲ୍‌

ଗଞ୍ଜାମ: କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଖୋଲାଯାଇଥିବା ୨ କୋଭିଡ୍‌ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ଓ ଗୋଳନ୍ଥରା ଅଶ୍ୱିନୀ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲକୁ ୨୦ରୁ ବନ୍ଦ ହେବ ଏବଂ ଅଶ୍ୱିନୀ ହସ୍ପିଟାଲ ଡିସେମ୍ବର ୩୧ ତାରିଖରୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଥିପାଇଁ ଡିସେମ୍ବର ୨୧ ତାରିଖରୁ ଅଶ୍ୱିନୀ ହସ୍ପିଟାଲରେ ନୂଆ ଆଡମିଶନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ହଟ୍‌ସ୍ପଟ୍‌ ସାଜିଥିବା ଗଞ୍ଜାମ ଜିଲ୍ଲାରେ ଆଗରୁ ପ୍ରତିଦିନ ୫୦୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଫଳରେ କରୋନାର ମୁକାବିଲା ପାଇଁ ଜିଲ୍ଲାରେ ଦୁଇଟି କୋଭିଡ୍‌ ହସ୍ପିଟାଲ୍‌ ଖୋଲା ଯାଇଥିଲା। କରୋନା ଚିହ୍ନଟ ହେଉଥିବା ରୋଗୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଉଥିଲା। ଏବେ କରୋନା ସ୍ଥିତି ଆୟତ୍ତକୁ ଆସିଥିବାରୁ ଜିଲ୍ଲାରେ ଖୋଲିଥିବା କୋଭିଡ୍‌ ହସ୍ପିଟାଲ ଗୁଡ଼ିକ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.