Odisha Link
Bridging the Missing Links in Odisha

ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌: ୨ ମୃତ, ୫ ଗୁରୁତର

ନୂଆପଡ଼ା: ନୂଆପଡ଼ା ବିଲେଞ୍ଜର ଗାଁ ଛକ ଠାରେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌। ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଝିଅ ଓ ନାତୁଣୀଙ୍କ ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି ।

ଗୁରୁତର ଆହତଙ୍କୁ ରାୟପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ମୃତକମାନେ ହେଲେ ଗଜେନ୍ଦ୍ର ଦଣ୍ଡସେନା ଓ ସୁଦେଷ୍ଣା ଦଣ୍ଡସେନା। ସେହିପରି ଗୁରୁତର ଆହତମାନେ ହେଲେ ଦୁଲ୍ଲଭି ଦଣ୍ଡସେନା, ଜୟ ପ୍ରକାଶ ଗହୀର, ଲୀଲାବତି ବାଗ, ଗିରିଧାରୀ ବାଗ ଓ ରିଦ୍ଧି ପାତ୍ର।

ସୂଚନା ମୁତାବକ, ତରବୋଡ଼ ଗାଁ ର ଗଜେନ୍ଦ୍ର ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ସୁଦେଶନା ଦଣ୍ଡସେନା ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାକୁ ବୋଲେରୋ ଗାଡ଼ିରେ ଯାଇ କାମ ସରିବା ପରେ ନିଜ ଘର ତରବୋଡ଼କୁ ଫେରୁଥିଲେ। ରାତି ପ୍ରାୟ ୧୨ ଟା ସମୟରେ ବିଲେଞ୍ଜର ଠାରେ ସାମ୍ନାପଟୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ସ୍ୱାମୀ ସ୍ତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସାଙ୍ଗରେ ଥିବା ଝିଅ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି।

Comments are closed.