Odisha Link
Bridging the Missing Links in Odisha

କଟକ ପରେ ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ: କଟକ ପରେ ଏବେ ଭଦ୍ରକରେ ଦେଖିବାକୁ ମିଳିଛି ନକଲି କାରାଖାନା। ଆଜି ଜର୍ଦ୍ଦା ତିଆରି ହେଉଥିବା ଏକ ଘର ଉପରେ ଚଢାଉ କରି ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ୨ ଲକ୍ଷରୁ ଅଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖିଛି।

ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଛଡାକମହଲା ଅଞ୍ଚଳର ଏକ ଘରେ ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପୋଲିସକୁ ମିଳିଥିଲା। ଆଜି ସଂଧ୍ୟାରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶକୁ ଜବତ କରିଛି ପୁରୁଣାବଜାର ପୋଲିସ।

ଏଥିରେ ସମ୍ପୃକ୍ତ ଜଣକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ। ଏଥି ସହ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା, ବିଭିନ୍ନ ନାମୀ ଦାମୀ କମ୍ପାନୀର ଲୋଗୋ, ନାମୀଦାମୀ କମ୍ପାନୀର ଖାଲି ଡବା, ଲୋଗୋ, କେମିକାଲ ସହ ଯନ୍ତ୍ରାଂଶ ଜବତ କରାଯାଇଛି।

Comments are closed.