Odisha Link
Bridging the Missing Links in Odisha

ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୦: ପ୍ରଦର୍ଶିତ ହେବ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସଵର ପାନୋରମାରେ ଅନ୍ତର୍ଜାତିକ ନିର୍ମାତା ଓ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା ‘କାଲିର ଅତୀତ’ ମନୋନୀତ ହୋଇଛି | କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି |

ନୀଳମାଧବଙ୍କ ‘କାଲିର ଅତୀତ’ ସହିତ ଅନ୍ୟ ୨୩ ଟି ଚଳଚ୍ଚିତ୍ର ମନୋନୀତ ହୋଇଛି। ଶ୍ରୀ ପଣ୍ଡାଙ୍କ ‘କାଲିର ଅତୀତ’ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପରିଣାମ ଉପରେ ଆଧାରିତ। ଆସନ୍ତା ଜାନୁଆରୀରେ ୮ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଫିଲ୍ମ ଫେଷ୍ଟିଭଲରେ ପ୍ରଦର୍ଶିତ ହେବ । ଜାନୁଆରୀ ୧୬ରୁ ୨୪ ଯାଏଁ ଏହି ଫିଲ୍ମ ଫେଷ୍ଟିଭଲ୍ ଅନୁଷ୍ଠିତ ହେବ।

ବିଶିଷ୍ଟ ବିଚାରକ ମଣ୍ଡଳୀ ଫିଚର ଏବଂ ନନ୍ ଫିଚର ବର୍ଗରେ ନିଜ ବ୍ୟକ୍ତିଗତ ଅଭିଜ୍ଞତାର ପ୍ରୟୋଗ କରି ସର୍ବ ସହମତି କ୍ରମେ ଭାରତୀୟ ପାନୋରମା ଫିଲ୍ମସର ମନୋନୟନ କରିଛନ୍ତି। ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ୧୨ ଜଣ ଜଜ୍‌କୁ ନେଇ ଗଠିତ ହୋଇଛି।

Comments are closed.