Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ

କେନ୍ଦ୍ରାପଡା: ଆଜି ସକାଳୁ ଅଚାନକ କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ମହାକାଳପଡା ବ୍ଲକ ଆଖଡାଶାଳୀରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ଅଞ୍ଚଳ ବୁଲି ଦେଖିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ କିଛି ଉଚ୍ଚ ପଦାଧିକାରୀ ୫ଟି ସଚିବ ଙ୍କ ସହିତ ରହିଥିଲେ।

ଏହା ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିରକୁ ମଧ୍ୟ ୫ଟି ସଚିବ ଭିକେ ପାଣ୍ଡିଆନ୍ ଅଚାନକ ଗସ୍ତ କରିଥିଲେ। ୧୯ ଡିସେମ୍ବର ଭୋର ୫ଟା ସମୟରେ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ୨୩ ତାରିଖରେ ମନ୍ଦିର ଖୋଲିବାକୁ ନିଷ୍ପତି ହୋଇଥିବାରୁ ଏହାର ସମୀକ୍ଷା ପାଇଁ ଯାଇଥିଲେ ସଚିବ।

ପ୍ରକାଶ ଯେ, ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ତାଙ୍କ ସହ ଉପସ୍ଥିତ ଥିଲେ। ଏଥିସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଛନ୍ତି ୫ଟି ସଚିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥା ପାଇଁ ହୋଇଛି ଖାସ ପ୍ରସ୍ତୁତି। ଏସଓପି ଅନୁସାରେ କରାଯିବ ଦର୍ଶନ ବ୍ୟବସ୍ଥା । ପ୍ରଥମ ଦୁଇଦିନ ସେବାୟତ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେବଳ ପୁରୀ ସହରବାସୀ। ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜଣାପଡିଛି।

Comments are closed.