Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୩୭୨ ସଂକ୍ରମିତ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୦ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫ଜଣ, ବରଗଡ଼ ଜିଲ୍ଲାରୁ ୧୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୨୬ଜଣ, ଦେଓଗଡ଼ ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୨ଜଣ, ଗଞ୍ଜାମ ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଜିଲ୍ଲାରୁ ୭ଜଣ, ଯାଜପୁର ଜିଲ୍ଲାରୁ ୧୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୮ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନାଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୨ଜଣ, ପୁରୀ ଜିଲ୍ଲାରୁ ୨୮ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୭ଜଣ, ଷ୍ଟେଟ ପୁଲ୍‌ରୁ ୯ଜଣ ରହିଛନ୍ତି ।

Comments are closed.