Odisha Link
Bridging the Missing Links in Odisha

ପୀଡ଼ିତାଙ୍କୁ ନିର୍ଯାତନା ଦେଇ ନିଲମ୍ବିତ ହେଲେ ପୋଲିସ ବାବୁ

ନରସିଂହପୁର: ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ମାନସିକ ନିର୍ଯାତନା ଦେବା ଅଭିଯୋଗରେ କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନରସିଂହପୁର ଥାନାର ସବଇନ୍ସପେକ୍ଟର ରବୀନ୍ଦ୍ର କୁମାର ନାୟକଙ୍କୁ ନିଲମ୍ବିତ କରାଯାଇଛି।

ସେପଟେ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ ଥାନାରେ ଆତ୍ମସମର୍ପଣ କରିଛି। ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ନରସିଂହପୁର ଥାନାର ଏସ୍ଆଇ ରବୀନ୍ଦ୍ର ମାନସିକ ନିର୍ଯାତନା ଦେବା, ବିନା ମହିଳା ପୋଲିସରେ ଡାକ୍ତରୀ ମାଇନା କରିବା, ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ବାପାଙ୍କୁ ମିଛ କେସରେ ଫସାଇବା ନେଇ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।

ପୀଡ଼ିତାଙ୍କ ବୟାନ କ୍ରମେ ଏନେଇ ଅଭିଯୋଗ କରିଥିଲା ଚାଇଲ୍ଡ ଲାଇନ୍। ଅଭିଯୋଗ ଅନୁସାରେ ତଦନ୍ତ କରି ନରସିଂହପୁର ଥାନା ଏସ୍ଆଇ ରବୀନ୍ଦଙ୍କୁ କଟକ ଗ୍ରାମାଞ୍ଚଳ ଏସପି ନିଲମ୍ବିତ କରିଛନ୍ତି।

Comments are closed.