୧୯୭୪ ମସିହା ପରେ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ରେକର୍ଡ ବ୍ରେକ୍ ଇନିଂସ୍

ଆଡିଲେଡେ: ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ମାତ୍ର ୩୬ ରନରେ ଟିମ୍ ଇଣ୍ଡିଆ ପାରି ସମାପ୍ତ ହୋଇଥିଲା। ଟେଷ୍ଟ କ୍ରିକେଟ୍ ଇତିହାସରେ ଟିମ୍ ଇଣ୍ଡିଆର ଏହା ହେଉଛି ନ୍ୟୁନତମ ସ୍କୋର। ଏହା ପୂର୍ବରୁ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ନ୍ୟୁନତମ ସ୍କୋର ୪୨ ରହିଥିଲା।
ଅଷ୍ଟ୍ରେଲିଆକୁ ପ୍ରଥମ ଦିବାରାତ୍ର ଟେଷ୍ଟ ଜିତିବାକୁ ହେଲେ ମାତ୍ର ୯୦ ରନ୍ କରିବାକୁ ପଡ଼ିବ। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୬୨ ରନରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଦିନରେ ମାତ୍ର ୨୭ ରନ୍ ଯୋଡ଼ି ପାରିଥିଲା। ଏଥିସହିତ ଟିମ୍ ଇଣ୍ଡିଆର ଜଣେ ହେଲେ ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୯ ରନ୍ କରିଥିଲେ। ମହମ୍ମଦ ଶାମି ରିଟିଆର୍ଡ ହଟ୍ ହେବାରୁ ଅଧିନାୟକ ବିରାଟ କୋହଲି ବାଧ୍ୟ ହୋଇ ଡିକ୍ଲାର ଘୋଷଣା କରିଥିଲେ।
ଏହା ପୂର୍ବରୁ ଟିମ୍ ଇଣ୍ଡିଆ ୧୯୭୪ ମସିହାରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନ୍ୟୁନତମ ସ୍କୋର ୪୨ କରିଥିଲା। ଏହାପୂର୍ବରୁ ୧୯୪୭ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୮ ରନରେ ଅଲଆଉଟ୍ ହୋଇଥିଲା ଟିମ୍ ଇଣ୍ଡିଆ। ପରେ ପରେ ୧୯୫୨ ମସିହାରେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ୫୮ ରନ କରି ଅଲ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ।
Comments are closed.