Odisha Link
Bridging the Missing Links in Odisha

ରେଳଧାରଣାରୁ ୨ ମୃତ ଦେହ ଉଦ୍ଧାର

ରାଉରକେଲା: ଆଜି ରେଳଧାରଣାରୁ ୨ଜଣ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ।

ପ୍ରକାଶ ଯେ, ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣା ମଝିରେ ପଡି ରହିଥିବା ବେଳ ଆଉ ଜଣଙ୍କ ମୃତେଦହ ରଳଧାରଣା କଡରେ ପଡି ରହିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।  ଯୁବକ ଦ୍ବୟଙ୍କୁ କେହି ହତ୍ୟା କରି ପିଙ୍ଗି ଦିଆଯାଇଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Comments are closed.