Odisha Link
Bridging the Missing Links in Odisha

ବିଶ୍ବର ସବୁଠୁ ଥଣ୍ଡା ଗାଁ: ଶୀତ ଦିନେ ତାପମାତ୍ରା – ୭୧ଂ

ମସ୍କୋ: ଶୀତଦିନେ ଥଣ୍ଡା ହେବା ସ୍ବାଭାବିକ। ଆମ ଦେଶରେ ବି ତାପମାତ୍ରା ଶୂନ ଡ଼ିଗ୍ରୀକୁ ଖସିଆସେ। ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ତାପମାତ୍ରା ଶୂନ ଡ଼ିଗ୍ରୀକୁ ଖସିଆସେ। ମାତ୍ର ବିଶ୍ବର ଏମିତି ଏକ ଗାଁ ଅଛି, ଯେଉଁଠି ଶୀତଦିନେ ତାପମାତ୍ରା ବିଯୁକ୍ତ ୭୧ ଡ଼ିଗ୍ରୀରେ ପହଞ୍ଚି ଯାଇଥାଏ। ଏହି ଗାଁଟି ରୁଷର ଉତ୍ତରାଞ୍ଚଳର ସାଇବେରିଆ ଅଞ୍ଚଳରେ ଅବସ୍ଥିତ। ଗାଁର ନାଁ ହେଉଛି ଓମିଓକୋନ୍।

ଓମିଓକୋନ୍ ସାଇବେରିଆର ଏକ ଗାଁ। ଯେଉଁଠି ଶୀତ ଦିନେ ଚାରିଆଡ଼େ ବରଫର ଚାଦର ଘୋଡେଇ ହୋଇଥାଏ। ଏହି ସମୟରେ ଓମିଓକୋନ୍ ଲୋକମାନେ କେବଳ ମାଂସ ଖାଇ ବଞ୍ଚିଥାଆନ୍ତି। ଶୀତଦିନେ ହାରାହାରି ତାପମାତ୍ରା ବିଯୁକ୍ତ ୫୦ ଡ଼ିଗ୍ରୀରେ ପହଞ୍ଚି ଯାଇଥାଏ। ତଥାପି ଏଠାରେ ସ୍କୁଲ ଖୋଲା ରହେ। ଚଳିତ ବର୍ଷ ଶୀତ ଅଧିକ ହେବାରୁ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି। ଶୀତରୁ ରକ୍ଷା ପାଇବା ପାଇଁ ବିଯୁକ୍ତ ୫୬ ଡ଼ିଗ୍ରୀ ତାପମାତ୍ରାରେ ଲୋକମାନଙ୍କୁ ରଖିବାକୁ ସରକାର ବ୍ୟବସ୍ଥା କରିଛନ୍ତି।

ଡ଼ିସେମ୍ବର ମାସରେ ଓମିଆକୋନ ଗାଁରେ ସୂର୍ଯ୍ୟ ପ୍ରାୟ ଦିନ ୧୦ଟା ବେଳକୁ ଉଠିଥାଆନ୍ତି। ୧୯୨୪ ମସିହାରେ ଏହି ସ୍ଥାନର ତାପମାତ୍ରା ବିଯୁକ୍ତ ୭୧.୨ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିଲା। ଆଣ୍ଟାର୍କଟିକା ବାହାରେ ଏହି ଗାଁ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ପରିଗଣିତ ହୋଇଥାଏ।

ଏହି ଗାଁର ଲୋକମାନେ ନିଜ ଗାଡ଼ି ମୋଟର ଷ୍ଟାର୍ଟ କେବେ ବନ୍ଦ କରନ୍ତି ନାହିଁ। କାରଣ ଥରେ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଗଲେ ଆଉ ଗାଡ଼ି ଷ୍ଟାର୍ଟ ହେବା ସମ୍ଭାବନା କମ୍। ଏଠାକାର ଲୋକମାନେ ବିଭିନ୍ନ ପ୍ରକାର ମାଂସ ଖାଇଥାଆନ୍ତି। ଘୋଡ଼ା, ବରଫ ହରିଣ ମାଂସ ସେମାନଙ୍କର ଅତ୍ୟନ୍ତ ପ୍ରିୟ। ଏହାବ୍ୟତୀତ ଷ୍ଟ୍ରୋଗାନିନା ମାଛ ମଧ୍ୟ ସେଠାରେ ବେଶ୍ ଲୋକପ୍ରିୟ ଖାଦ୍ୟ।

Comments are closed.