Odisha Link
Bridging the Missing Links in Odisha

ଡାଇବେଟିସ୍‌ ଓ ହାର୍ଟ ରୋଗୀଙ୍କ ପାଇଁ ଲାଭଦାୟକ ମେଥି ଶାଗ

ଶୀତ ଋତୁରେ ମେଥି ଶାଗର ବ୍ୟବହାର କରାଯାଏ। କେହି କେହି ପରଟା କରି ଖାଇବାକୁ ଭଲ ପାଇଥାନ୍ତି ତ କିଛି ଲୋକ ମେଥି ଶାଗଭଜା ଖାଇବାକୁ ମଧ୍ୟ ଭଲପାଆନ୍ତି। ମେଥି ଶରୀର ପାଇଁ ଖୁବ୍ ଲାଭଦାୟକ। ଡାଇବେଟିସ୍‌ ଓ ହାର୍ଟ ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପକାରୀ।

ମଧୁମେହ ପାଇଁ ଉପକାରୀ- ମେଥିଶାଗ ଉଭୟ ଟାଇପ୍ ୧ ଏବଂ ଟାଇପ୍ ୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ। ମେଥି ଶରୀରରେ ଇନ୍‌ସୁଲିନ୍‌ର ପରିମାଣ ବଢ଼ାଉଥିବା କାରଣରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଫାଇବର ଯୋଗୁ ହଜମ ପକ୍ରିୟା ଧୀର ହୋଇଥାଏ, ଯେଉଁ କାରଣରୁ ଶରୀରରେ ସୁଗାରର ଅବଶୋଷଣ ଶୀଘ୍ର ହୋଇନଥାଏ। ତେଣୁ ମଧୁମେହ ରୋଗୀମାନେ ମେଥି ପତ୍ରରେ ପ୍ରସ୍ତୁତ ସବ୍‌ଜି ଖାଇବା ଉଚିତ୍‌।

କୋଲେଷ୍ଟ୍ରଲ୍‌ କମ୍‌ କରିଥାଏ- ମେଥିଶାଗ ଖାଇବା ଦ୍ୱାରା ଏହା ଶରୀରରେ କୋଲେଷ୍ଟ୍ରଲ୍‌ର ଅବଶୋଷଣ କମ୍‌ କରିଥାଏ। ଏହା ସହ ଯକୃତରେ ମଧ୍ୟ କୋଲେଷ୍ଟ୍ରଲ୍ ହେବାଠୁ ଏହା ରକ୍ଷା କରିଥାଏ। ମଧୁମେହ ରୋଗୀଙ୍କ atherosclerosis ରୋଗ ପାଇଁ ଏହା ମଧ୍ୟ ବହୁତ ଲାଭଦାୟକ ଅଟେ। କିଛି ଅଧ୍ୟୟନରୁ ଜଣାପଡ଼ିଛି, ମେଥି ପତ୍ର ଶରୀରରେ ଭଲ କୋଲେଷ୍ଟ୍ରଲ ବୃଦ୍ଧି ଏବଂ ଖରାପ କୋଲେଷ୍ଟ୍ରଲ ହ୍ରାସ କରିଥାଏ।

ହାର୍ଟ ରୋଗ ପାଇଁ ଲାଭ ଦାୟକ- ମେଥିର ମଞ୍ଜି ବା ଏହାର ପତ୍ରକୁ ନିୟମିତ ଖାଇବା ଦ୍ୱାରା ହାର୍ଟ ରୋଗୀ ଉପକୃତ ହୋଇଥାନ୍ତି। ମେଥି କୋଲେଷ୍ଟ୍ରଲ୍‌ କମ୍‌ କରୁଥିବାରୁ ଏହା ଶରୀର ପାଇଁ ଲାଭଦାୟକ। ମେଥିଶାଗ ଜଡ଼ି ବୁଟି ଭଳି କାମ କରିଥାଏ, ଯାହାକି ହାର୍ଟ ଆଟାକ୍‌ ଏବଂ ହାର୍ଟ ଷ୍ଟ୍ରୋକ୍‌ ସମୟରେ ରକ୍ତକୁ ଜମାଟ ବାନ୍ଧିବାକୁ ଦେଇନଥାଏ।

Comments are closed.