Odisha Link
Bridging the Missing Links in Odisha

୪୦୦ ବର୍ଷ ପରେ ଶନି ଓ ବୃହଷ୍ପତି ମହାମିଳନ, ଗୁଗୁଲର ସ୍ବତନ୍ତ୍ର ଡୁଡଲ

ନୂଆଦିଲ୍ଲୀ: ଆଜି ଆମ ସୌର ଜଗତର ଦୁଇ ବିଶାଳ ଗ୍ରହ ବୃହସ୍ପତି ଓ ଶନି ପରସ୍ପରର ଅତି ନିକଟତର ହେବେ। ଦୁଇ ଗ୍ରହଙ୍କର ସହାବସ୍ଥାନ ଆଜି (ଡିସେମ୍ବର ୨୧) ସନ୍ଧ୍ୟା ୬.୩୦ ରୁ ୭.୩୦ ପର୍ଯ୍ୟନ୍ତ ଭାରତରେ ଦୃଶ୍ୟମାନ ହେବ।ଏଥିପାଇଁ ଗୁଗୁଲ ଆଜି ଏକ ସ୍ୱତନ୍ତ୍ର ଡୁଡଲ ତିଆରି କରିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ସହଯୋଗରେ ଗୁଗୁଲ ଏହି ଡୁଡଲ ତିଆରି କରିଛି।

ଏହି ଆନିମେଟେଡ୍ ଡୁଡଲ୍ ଶୀତକାଳୀନ ସଂକ୍ରାନ୍ତିର ଉତ୍ସବ ପାଳନ କରିଥାଏ। ଏଥିରେ ପରାମର୍ଶ ଦିଆଯାଇଛି ଯେ, ୪୦୦ ବର୍ଷ ପରେ ଘଟିବାକୁ ଯାଉଥିବା ଶନି ଓ ବୃହଷ୍ପତି ମହାମିଳନର ଏହି ବିରଳ ଦୃଶ୍ୟ ଉପରେ ସମସ୍ତେ ଦୃଷ୍ଟି ରଖିବା ଉଚିତ୍।

୪୦୦ବର୍ଷ ପରେ ବୃହଷ୍ପତି ଓ ଶନିଙ୍କର ମହାମିଳନ ଆଜି ଘଟିବାକୁ ଯାଉଛି। ପ୍ରତି ୨୦ ବର୍ଷ ଅନ୍ତରରେ ନିୟମିତ ବୃହସ୍ପତି ଓ ଶନି ଗ୍ରହ ପରସ୍ପରକୁ ଅତିକ୍ରମ କରନ୍ତି। କିନ୍ତୁ, ଆଜିର ଏହି ଘଟଣାରେ ଥିବା ସ୍ୱତନ୍ତ୍ରତା ହେଉଛି, ପ୍ରାୟ ୪୦୦ ବର୍ଷ ପରେ ଦୁଇ ଗ୍ରହ ପରସ୍ପରର ଖୁବ୍‌ ପାଖାପାଖି ଅତିକ୍ରମ କରିବେ।

ପୃଥିବୀବାସୀ ଖାଲି ଆଖିରେ ମଧ୍ୟ ଏହି ମହାଜାଗତିକ ଦୃଶ୍ୟ ଦେଖି ପାରିବେ ବୋଲି ‘ନାସା’ କହିଛି। ଆଜିର ଘଟଣାରେ ଆଉ ଏକ ବିଶେଷତ୍ୱ ଥିବା କଥା ମଧ୍ୟ ‘ନାସା’ କହିଛି। ତାହା ହେଲା ପ୍ରାୟ ୮୦୦ ବର୍ଷ ପରେ ରାତ୍ରୀ ସମୟରେ ଦୁଇ ଗ୍ରହ ପରସ୍ପରର ନିକଟରେ ସହାବସ୍ଥାନ କରିବେ।

Comments are closed.