Odisha Link
Bridging the Missing Links in Odisha

୪୨ କୋଟିର ଜିଏସଟି ଠକେଇ, ୨ ବ୍ୟବସାୟୀ ଅଟକ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ଦିନକୁ ଦିନ ଗୋଟିଏ ପରେ ଗୋଟେ ଜିଏସ୍‌ଟି ଠକେଇ ମାମଲା ସାମ୍ନାକୁ ଆସୁଛି। କେତେବେଳେ ଚା’ ଦୋକାନୀ, ତ କେତେବେଳେ ପୁଣି ଠେଲାବାଲାଙ୍କ ନାଁରେ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହେଉଛି। ଆଜି ପୁଣି ୪୨ କୋଟିର ଜିଏସଟି ଠକେଇ ମାମଲା ସାମ୍ନାକୁ ଆସିଛି।

ଆଜି ସକାଳୁ ଯାଜପୁର ଓ ରାଉରକେଲା ଜିଏସଟି ଟିମ୍ ମିଳିତ ଭାବେ ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ, ବନ୍ଧମୁଣ୍ଡାର ଚାରିଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଜିଏସ୍‌ଟି ଠକେଇ ମାମଲାରେ ଦୁଇ ବ୍ୟବସାୟୀଙ୍କୁ ଅଟକ ରଖି ଜିଏସଟି ଟିମ୍ ପଚରାଉଚରା କରୁଛି। ତଦନ୍ତର ଗୋପନୀୟତାକୁ ଆଖି ଆଗରେ ରଖି ଟିମ୍ ଅଧିକାରୀ କିଛି କହିନାହାଁନ୍ତି।

Comments are closed.