Odisha Link
Bridging the Missing Links in Odisha

ବଢ଼ିପାରେ ବିଦ୍ୟୁତ୍ ଶୁଳ୍କ

ଭୁବନେଶ୍ୱର: ବଢ଼ିପାରେ ବିଦ୍ୟୁତ୍ ଶୁଳ୍କ । ଗତ ଅକ୍ଟୋବର ପହିଲାରୁ ରାଜ୍ୟରେ ୟୁନିଟ ପିଛା ୨୦ ପଇସା ଅର୍ଥାତ ପାଖାପାଖି ୬% ବିଦୁ୍ୟତ ଦର ବୃଦ୍ଧି କରାଯାଇଥିଲା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଗ୍ରୀଡକୋର ଆର୍ଥିକ ଦର୍ଶାଇ ଦରବୃଦ୍ଧି କରିଥିଲା। ଏବେ ପୁଣି ‌ଥରେ ଗ୍ରୀଡକୋ ନିଜର ଦେବାଳିଆ ସ୍ଥିତି ସମ୍ପର୍କିତ ଚିତ୍ର ଦର୍ଶାଇ ଦରବୃଦ୍ଧି ନେଇ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ଆବେଦନ କରିଛନ୍ତି।

୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଉ ବୋଲି ଆବେଦନ କରାଯାଇଛି। ସଂସ୍ଥାର ପ୍ରସ୍ତାବ ମୁତାବକ ହିସାବ କଲେ ବର୍ତ୍ତମାନର ବିଦ୍ୟୁତ୍ ଶୁଳ୍କ ଠାରୁ ଏହା ପାଖାପାଖି ୩୭% ଅଧିକ ବେଲି ଜଣାପଡିଛି। (ପ୍ରସ୍ତାବିତ ନୂଆ ଦର ୟୁନିଟ ପିଛା ୩୯୩.୧୪ ) ରହିଛି।

Comments are closed.