Odisha Link
Bridging the Missing Links in Odisha

ଅରୁଣ ବୋଥ୍ରାଙ୍କ ନାଁରେ ଥାନାରେ ଏତଲା

ନୟାଗଡ଼: ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦିଆଯାଇଛି।ଏହି ଏତଲା ସରୋଜ ସେଠୀଙ୍କ ମା’ ଦେଇଛନ୍ତି। ସେ କହିଛନ୍ତି, ‘ଗତକାଲି ଡେମୋ ଦେଖାଇବାକୁ ପୁଅକୁ ଘରୁ ଆଣିଥିଲେ। ମାତ୍ର ସେ ଚିତ୍କାର କରି ନିର୍ଦ୍ଦୋଷ ବୋଲି କହିବାରୁ ତାକୁ ନେଇଗଲେ। ସେମାନେ ମୋ ପୁଅକୁ କହିଥିଲେ ଯେ ତୁ ଗରୀବ। ତୋର ବାପା ନାହାନ୍ତି। ୫ ଲକ୍ଷ ନେଇ ମାନିଯା।’

ସୂଚନାଯୋଗ୍ୟ, ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିବା ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଦୁଷ୍କର୍ମ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାର ତଦନ୍ତ ଜାରି ରହିବ।

ଗତକାଲି ଅଭିଯୁକ୍ତକୁ ପୋକ୍ସୋ କୋର୍ଟରେ ହାଜର କରିବା ପରେ ଅଧିକ ପଚରାଉଚରା ପାଇଁ ଏସ୍‌ଆଇଟି ତା’ର ରିମାଣ୍ଡ ଆବେଦନ କରିଥିଲା। ଅଭିଯୁକ୍ତକୁ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଏସଆଇଟିକୁ ଅନୁମତି ଦେଇଛନ୍ତି, ଯାହା ଆଜି ଠାରୁ ଆରମ୍ଭ ହେବ।

Comments are closed.