Odisha Link
Bridging the Missing Links in Odisha

ଏଣିକି ନଥିବିହୀନ ହେବ ବିଧାନସଭା

ଭୁବନେଶ‌୍ବର: ବିଧାନସଭାରେ ଆଉ ଦେଖିବାକୁ ମିଳିବନି ଗଣ୍ଡା ଗଣ୍ଡା ଫାଇଲ୍‌। ଏଣିକି କାଗଜଶୂନ୍ୟ ହୋଇ ଡିଜିଟାଲରେ ଚାଲିବ ବିଧାନସଭା। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭାର ସମସ୍ତ ବିବରଣୀ, ବିଭିନ୍ନ ସମ୍ବାଦପତ୍ର ଓ ପତ୍ର ପତ୍ରିକାରେ ପ୍ରତାଶିତ ଖବର ଏଣିକି ଡିଜିଟାଲ ହେବ ବୋଲି ସେ କହିଛନ୍ତି।

ସୋମବାର ବାଚସ୍ପତିଙ୍କ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ମାର୍ଟ ଗର୍ଭମେଣ୍ଟ ବା ଏନ୍‌ଆଇଏସ୍‌ଜି ତରଫରୁ ଦିଆଯାଇଥିବା ମାର୍ଗଦର୍ଶିକା ଉପରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା। ପ୍ରାରମ୍ଭିକରେ ଏନ୍‌ଆଇଏସ୍‌ଜି ତରଫରୁ ଦିଆଯାଇଥିବା ୬ ଲକ୍ଷ ଟଙ୍କାର ଅନୁଦାନରେ ପ୍ରକଳ୍ପ ପାଇଁ ଅନୁଧ୍ୟାନ ହେବ। ଅନୁଧ୍ୟାନ ପରେ ଖର୍ଚ୍ଚ ଅଟ୍ଟାଳିକା ନିର୍ଦ୍ଧାରଣ କରାଯିବ। ପୁନଶ୍ଚ ଏ ସମ୍ପର୍କରେ ନିଆଯାଇଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଉ ଏକ ବୈଠକ ଜାନୁଆରୀ ପ୍ରଥମ ସପ୍ତାହରେ ସମୀକ୍ଷା କରାଯିବ।

Comments are closed.