Odisha Link
Bridging the Missing Links in Odisha

ପାକିସ୍ତାନରେ ଖାଦ୍ୟ ସଙ୍କଟ, ଅଣ୍ଡା ଗୋଟି ୩୦ ଟଙ୍କା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ମନ୍ଥର ଭାବେ ଗତି କରୁଛି। କରୋନାର ପ୍ରଭାବ ପାକିସ୍ତାନରେ ଖାଦ୍ୟ ସଙ୍କଟ ସୃଷ୍ଟି କରି ଦେଇଛି। ପାକିସ୍ତାନରେ ଅଣ୍ଡା ଗୋଟିଏ ର ମୂଲ୍ୟ ୩୦ ଟଙ୍କା ରହିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲା ମଧ୍ୟ ସତ।

ପାକିସ୍ତାନରେ କିଛିଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢିଚାଲିଛି। ଗୋଟିଏ ଡର୍ଜନ ଅଣ୍ଡା ପାଇଁ ଗ୍ରାହକଙ୍କୁ ୩୫୦ ଟଙ୍କା ଦେବାକୁ ପଡୁଛି। ଅର୍ଥ ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କା ରହିଛି।। କେବଳ ଅଣ୍ଡା ନୁହେଁ କରୋନା ମହାମାରୀ ବେଳେ ପନିପରିବା ଓ ରୋଷେଇ ଗ୍ୟାସର ଦର ବି ଅହେତୁକ ଭାବେ ବୃଦ୍ଧି ପାଇଛି।

ରାୱଲପିଣ୍ଡିରେ ଅଦା କେଜି ପ୍ରତି ୧୦୦୦ ଟଙ୍କା ରହିଛି। ସେହିଭଳି ଗହମ କେଜିପ୍ରତି ୬୦ ଟଙ୍କା ଛୁଇଁଛି। ଫଳରେ ପାକିସ୍ତାନୀ ମାନଙ୍କର ମୁଖ୍ୟ ଖାଦ୍ୟ ରୁଟି ଏବେ ମହଙ୍ଗା ହେବାରେ ଲାଗିଛି। ଏହାସହ ରୋଷେଇ ଗ୍ୟାସର ଦର ବଢିଛି।

Comments are closed.