Odisha Link
Bridging the Missing Links in Odisha

ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏକ ସ୍ୱତନ୍ତ୍ର ଡ଼ାକ ଟିକଟ ଜାରି କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ। ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯାହା ବି ଦେଶରେ ଅଛି ତାହା ଉପରେ ସମସ୍ତ ନାଗରିକଙ୍କ ଅଧିକାର ରହିଛି। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ମିନି ଇଣ୍ଡିଆ। ଯେଉଁଠାରେ ଉର୍ଦ୍ଦୁ, ହିନ୍ଦୀ, ଆରବୀ ଓ ସଂସ୍କୃତ ଶିକ୍ଷା ଦିଆଯାଉଛି।

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ବିଭାଗ, ଡଜନ ଡଜନ ହୋଷ୍ଟେଲ ଓ ହଜାର ହଜାର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଦେଖିଲେ ଏହା ଏକ ମିନି ଇଣ୍ଡିଆ ବୋଲି କୁହାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହାସହ ଅନ୍ୟ ଦେଶ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଆତ୍ମନିର୍ଭର ଭାରତ ମାଧ୍ୟମରେ ଏକ ନୂଆ ଭାରତର ଗଠନ ପାଇଁ ଏକାଠି ହୋଇ କାର୍ଯ୍ୟ କରିବାକୁ ଉଦବୋଧନ ଦେଇଛନ୍ତି ମୋଦୀ।

ଆମେ ଆମର ସମସ୍ତ ପାର୍ଥକ୍ୟକୁ ଭୂଲିଯାଇ ନୂଆ ଦେଶ ଗଠନ କରିବାକୁ ଅଗ୍ରସର ହେବା ଉଚିତ ବୋଲି ଏଏମୟୁର ଶତବାର୍ଷିକୀରେ ଭିଡିଓ କନଫରେସିଂ ଜରିଆରେ ଯୋଗଦେଇଥିବା ବେଳେ କହିଛନ୍ତି ମୋଦୀ। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଲକ୍ଷ ଲକ୍ଷ ଯୁବକଙ୍କ ମଧ୍ୟରେ ନୂଆ ଚିନ୍ତାଧାରା ସୃଷ୍ଟି କରିଛି। କରୋନା ସମୟରେ ବିଶ୍ୱବିଦ୍ୟାଳୟ ସହାୟତା କରିଥିବାରୁ ମୋଦୀ ଏହାର ପ୍ରଶଂସା କରିଛନ୍ତି। ପ୍ଲାଜମା ବ୍ୟାଙ୍କ ନିର୍ମାଣ ସହ କେୟାର ପାଣ୍ଠିରେ ବିପୁଳ ପରିମାଣର ଅବଦାନ ଦେବାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିଛି।

Comments are closed.