Odisha Link
Bridging the Missing Links in Odisha

ପରୀ ହତ୍ୟାକାଣ୍ଡ: ପୋଖରୀରୁ ମିଳିଲା ଲେଗିଙ୍ଗସ୍‌‌

ନୟାଗଡ଼: ନୟାଗଡ଼ ଯଦୁପୁରର କୁନି ଝିଅ ପରୀ ହତ୍ୟାକାଣ୍ଡର ଆଉ ଏକ ବଳିଷ୍ଠ ପ୍ରମାଣ ଏସ୍‌ଆଇଟି ହାତରେ ଲାଗିଛି। ଅଭିଯୁକ୍ତ ସରୋଜ କହିଥିବା ମୁତାବିକ ମଙ୍ଗଳବାର ଯଦୁପୁର ଗ୍ରାମର ପୋଖରୀର ଜଳ ନିଷ୍କାସନ କରି ଅଧିକ ତଦନ୍ତ କରିଥିଲା ଏସ୍‌ଆଇଟି। ମଙ୍ଗଳବାର ରାତିରେ ପୋଖରୀରୁ ପରୀର ଲେଗିଙ୍ଗସ୍‌ ମିଳିଛି।

ମଙ୍ଗଳବାର ଦିନ ତମାମ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଅଗ୍ନିଶମ, ଓଡ୍ରାଫ୍ଟ ଟିମ୍ ଜରିଆରେ ଏସ୍ଆଇ ଟିର ପୋଖରୀରୁ ପାଣି ଶୁଖାଇବା କାର୍ଯ୍ୟ ଜାରି ରଖିଥିଲା। ସକାଳ ୧୦ ଟାରୁ ପାଣି ବୁହା କାର୍ଯ୍ୟ ଚାଲିଛି। ଯଦୁପୁରର ଗାଁରେ ଥିବା ପୋଖରୀ ହୁଡାରୁ ପରୀର ମୃତଦେହ ମିଳିଥିଲା। ଏହି ପୋଖରୀ ଅଭିଯୁକ୍ତ ସରୋଜ ବାଡି ପାର୍ଶ୍ବରେ ରହିଛି।

ଅଧିକ ପଢ଼ନ୍ତୁ:

ଗୁମର ଖୋଲିଲେ ବୋଥ୍ରା: କେମିତି ହୋଇଥିଲା ପରୀ ହତ୍ୟାକାଣ୍ଡ,ଜାଣନ୍ତୁ…

 

Comments are closed.