Odisha Link
Bridging the Missing Links in Odisha

ରାଷ୍ଟ୍ରପତି ଜୋ ବିଡେନଙ୍କୁ ଦିଆଗଲା କରୋନା ଟିକା

ୱାଶିଂଟନ:କୋନା ଟିକାର ପ୍ରଥମ ଡୋଜ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ଦିଆଗଲା। ବାଇଡେନ୍‌ ଟିକା ନେବା ବେଳେ ଏହାର ସିଧା ପ୍ରସାରଣ କରାଯାଇଛି। ଲୋକଙ୍କ ଭିତରେ ଟିକା ପ୍ରତି ବିଶ୍ୱାସ ସୃଷ୍ଟି କରିବା ପାଇଁ ବାଇଡେନ୍‌ ସର୍ବସମ୍ମୁଖରେ ଟିକା ନେଇଥିବା ଜଣାପଡ଼ିଛି।

ତାଙ୍କୁ ଫାଇଜର ଦ୍ୱାରା ବିକଶିତ କରୋନା ଟିକା ଦିଆଯାଇଥିଲା। ୭୮ ବର୍ଷୀୟ ବିଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାବେଳେ ତାଙ୍କୁ କରୋନା ଟିକାର ପ୍ରଥମ ମାତ୍ରା ଦିଆଯାଇଛି।

ଟିକା ନେବା ସମୟରେ ନ୍ୟୁ ଜର୍ସିର ନ୍ୟୁୱର୍କ ଠାରେ ଥିବା ଖ୍ରୀଷ୍ଟିଆନା ହସ୍ପିଟାଲରେ ବାଇଡେନ ଏହି ଟିକା ନେଇଛନ୍ତି। ତାଙ୍କୁ ହସ୍ପିଟାଲର କର୍ମଚାରୀ ସ୍ୱାସ୍ଥ୍ୟ ସେବାର ମୁଖ୍ୟ ତଥା ନର୍ସ ତାବେ ମାସା ଟିକାର ପ୍ରଥମ ଡୋଜ ଦେଇଛନ୍ତି।

ଟିକା ନେବା ପରେ ବାଇଡେନ୍‌ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।ବିଡେନ କହିଛନ୍ତି, ‘ଚିନ୍ତା କରିବାର କିଛି ନାହିଁ। ଏହି ଟିକା ବର୍ତ୍ତମାନ ଉପଲବ୍ଧ ଏବଂ ମୁଁ ସମସ୍ତଙ୍କୁ ଏହି ଟିକା ନେବାକୁ ଅନୁରୋଧ କରୁଛି ‘।

ବାଇଡେନଙ୍କ ପୂର୍ବରୁ ଆମେରିକାର ବିଦାୟୀ ଉପ ରାଷ୍ଟ୍ରପତି ମାଇକ ପେନ୍ସ ଓ ତାଙ୍କ ପତ୍ନୀ ମଧ୍ୟ ଫାଇଜର ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏଯାଏ ଟିକାକରଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିନାହାନ୍ତି। ଆମେରିକାରେ ଫାଇଜର ସହ ମଡର୍ଣ୍ଣା ଟିକାକୁ ମଧ୍ୟ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି।

Comments are closed.