Odisha Link
Bridging the Missing Links in Odisha

ଜିଏସ୍‌ଟି ଠକେଇ: ୩ ଗିରଫ

କଟକ: ଗତକାଲି ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜି.ଏସ.ଟି ଏନଫରସମେଣ୍ଟ ସ୍କାର୍ଡ। ଗିରଫ ଅଭିଯୁକ୍ତ ମଧ୍ୟରେ ରହିଛନ୍ତି ସ୍ମୃତି ମହାନ୍ତି, ସୌମ୍ୟ ମହାନ୍ତିଓ ରାଜୀବ ମିଶ୍ର। ସେମାନେ ଟିକସ ବାବଦକୁ କୋଟି କୋଟି ଟଙ୍କାର ଠକେଇ କରୁଥିଲେ। ଗତ କାଲି ବିଳମ୍ବିତ ରାତିରେ ଏନଫରସମେଣ୍ଟ ସ୍କାର୍ଡ ସେମାନଙ୍କୁ କୋର୍ଟେ କରାଇଛି।

ସୂଚନା ମୁତାବକ, ଅଭିଯୁକ୍ତମାନେ ଅନ୍ୟ ଏକ ବ୍ୟକ୍ତିଙ୍କ ସମସ୍ତ ଡକ୍ୟୁମେଣ୍ଟ ଆଣି ଏହାର ଅପବ୍ୟବହାର କରି ଏହି ଠକେଇ କରିଛନ୍ତି। ବିନା କୌଣସି ଇନଭଏୟସରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାର କରିଥିବା ଦର୍ଶାଇଛନ୍ତି। ଏପରିକି କାରବାରରେ ଦର୍ଶାଇଥିବା ନାଁରେ ସେଭଳି କୌଣସି କମ୍ପାନୀ କି କୌଣସି ବ୍ୟକ୍ତି ମଧ୍ୟ ନଥିବା ଜଣାପଡ଼ିଛି।

Comments are closed.