Odisha Link
Bridging the Missing Links in Odisha

ଆହୁରି ୨ ଦିନ ଶୀତରେ ଥରିବ ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାେ ଦିନକୁ ଦିନ ଶୀତର ପାରଦ ଖସିବାରେ ଲାଗିଛି। ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଅଛି। ଫୁଲବାଣୀ ଏବେ ଓଡ଼ିଶାର ସବୁଠୁ କାଲୁଆ ଅଞ୍ଚଳ ପାଲଟିଛି।

ଫୁଲବାଣୀରେ ରାତି ତାପମାତ୍ରା ୪ ଡିଗ୍ରୀ ସେଲସିୟସ ତଳେ ରହିଛି । ଯାହାକି ସ୍ୱାଭାବିକଠାରୁ ୪ ଡିଗ୍ରୀ କମ୍‌। ଶୀତ ପ୍ରକୋପ ଆହୁରି ୨ ଦିନ ରହିପାରେ ବୋଲି ପାଣିପାଗ ବିଭାଗର ସୂଚନା ଦେଇଛନ୍ତି।

ମଙ୍ଗଳବାର ସକାଳେ, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଭୀଷଣ ଶୀତ ଲହରୀ ଲାଗି ରହିବ। ଏହା ବ୍ୟତୀତ କଳାହାଣ୍ଡି, ଦେବଗଡ଼, ନୂଆପଡ଼ା, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କଟକ ଓ ବରଗଡ଼ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବ।

ବୁଧବାର ରାତି ଓ ଗୁରୁବାର ସକାଳେ ମୟୂରଭଞ୍ଜ, ଅନୁଗୁଳ ଓ ବରଗଡ଼ରେ ଭୀଷଣ ଶୀତ ଲହରୀ ଥରାଇବ। ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା ଆଦି ଜିଲ୍ଲାରେ ହାଡ ଭଙ୍ଗା ଶୀତ ଅନୁଭୂତ ହେବ।

୨୪ ତାରିଖ ସକାଳ ପର୍ଯ୍ୟନ୍ତ ଶୀତ ପ୍ରକୋପ ଏମିତି ଥରାଇବ । ତା’ ପରେ ଶୀତ ସାମାନ୍ୟ କମିବ । ହେଲେ ଦିନେ ଦୁଇଦିନ ପରେ ପୁଣି ଥଣ୍ଡା ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ ।

Comments are closed.