Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନୂଆପଡ଼ାର କୃଷକ ନବୀନ ଠାକୁର

ନୂଆପଡ଼ା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଜେଞ୍ଜରା ଗ୍ରାମର ଚାଷୀ ନବୀନ ଠାକୁର। କୃଷକମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗରେ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାର କୃଷକ ନବୀନ ଠାକୁରଙ୍କ କଥା ହୋଇଥିଲେ। କଥା ପ୍ରସଙ୍ଗରେ ତାଙ୍କୁ କିଷାନ କ୍ରେଡିଟ୍ କାର୍ଡ ମିଳିଛି କି ନାହିଁ ଓ ସେ କିପରି ଏହାର ଉପଯୋଗ କରୁଛନ୍ତି।

କେତେ ଜମିରେ ଚାଷ କରୁଛନ୍ତି ଆଦି ପ୍ରଶ୍ନ ପଚାରି ଥିଲେ। ନବୀନଙ୍କଠାରୁ ଏସବୁର ଉତ୍ତର ପାଇବା ପରେ କୃଷକମାନଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ବିଷୟରେ କହିବା ସହ ଏହାଦ୍ୱାରା ମିଳୁଥିବା ସ୍ୱଳ୍ପ ସୁଧହାର ଋଣ ସମେତ ଅନ୍ୟାନ୍ୟ ଉପକାର କଥା ସାଥି କୃଷକମାନଙ୍କୁ କହିବାକୁ ମୋଦୀ ତାଙ୍କୁ ଅନୁରୋଧ କରିଥିଲେ। ଏହି ଭିଡିଓ କନ୍ଫରେନ୍ସିଙ୍ଗରେ ଆଲୋଚନା ସମୟରେ ନୂଆପଡ଼ା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବାଜୀ ଚରଣ ବେହେରା, ନୂଆପଡ଼ା ଆତ୍ମା ଉପପ୍ରକଳ୍ପ ନିର୍ଦ୍ଦେଶକ ସୁଧାଂଶୁ ଶେଖର ସାହୁ ବି ଉପସ୍ଥିତ ଥିଲେ।

ପ୍ରକାଶ ଯେ, କେନ୍ଦ୍ର ସରକାର କିଷାନ୍ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ୯ କୋଟି କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ପଠାଇଛନ୍ତି। ପ୍ରାୟ ଏକ ମାସ ହେବ କୃଷକମାନେ କୃଷି ଆଇନ ବିରୋଧରେ ଚଳାଇଥିବା ତୀବ୍ର ପ୍ରତିବାଦ ମଧ୍ୟରେ କୃଷକମାନଙ୍କ ଜମା ଖାତାକୁ ପ୍ରତ୍ୟକ୍ଷ ଭାବେ ଏହି ନଗଦ ଅର୍ଥ ପ୍ରେରଣ କରାଯାଇଛି।ଏହି ଯୋଜନାର ପ୍ରଥମ କିସ୍ତି ୨୦୧୯ରେ ପ୍ରଦାନ କରାଯାଇଥିଲା।

Comments are closed.