Odisha Link
Bridging the Missing Links in Odisha

କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ରେଡ୍: ୧୦୫୫ଗୁଳି ଓ ୭ଟି ବନ୍ଧୁକ ଜବତ

କଟକ: ଆଜି ଦ୍ୱିତୀୟ ଦିନରେ ଡି-ବ୍ରଦର୍ସଙ୍କ ଘରେ ରେଡ୍ କରାଯାଇଛି। ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍। ଗତକାଲି ସିକ୍ରେଟ ଚାମ୍ବରୁ ମିଳିଥିଲା ଟଙ୍କା , ବନ୍ଧୁକ ଓ ଗୁଳି। ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୁଲିସ୍।

କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା। ଏହି ସମୟରେ ବହୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଡି-ବ୍ରଦର୍ସଙ୍କ ଘରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା। ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଥିଲା ପୁଲିସ୍। ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ଜବତ ହୋଇଥିଲା।

ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ ହୋଇଥିଲେ। ଏସବୁ ବନ୍ଧୁକ ବିହାରରୁ ଆସୁଥିବାର ଲିଙ୍କ ପୁଲିସ୍ ହାତରେ ଲାଗିଥିଲା। ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି।

Comments are closed.