Odisha Link
Bridging the Missing Links in Odisha

ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ ପଠାଇଛି। ତାଙ୍କୁ ଡିସେମ୍ବର ୨୯ରେ ପଚରାଉଚରା ପାଇଁ ଡକାଯାଇଛି। ବର୍ଷାଙ୍କ ବ୍ୟତିତ ପ୍ରବୀଣ ରାଉତଙ୍କ ପତ୍ନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ପଠାଇଛି।

କିଛି ଦିନ ପୂର୍ବରୁ ଇଡି ପ୍ରବୀଣ ରାଉତଙ୍କୁ ଗିରଫ କରିଥିଲା। ପ୍ରବୀଣ ରାଉତଙ୍କ ଆକାଉଣ୍ଟରୁ ବର୍ଷା ରାଉତଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକସନ ହୋଇଛି। ଏବେ ଏହି ଟ୍ରାଞ୍ଜାକସନକୁ ନେଇ ସନ୍ଦେହ କରିଛି ଇଡି। ତେଣୁ ବର୍ଷା ରାଉତଙ୍କୁ ସମନ କରିଛି ଇଡି।

ସୂଚନା ଅନୁସାରେ, ଅକ୍ଟୋବର ୩, ୨୦୧୯ରେ ହାଉସିଂ ଡେଭଲପମେଣ୍ଟ ଇନଫ୍ରାଷ୍ଟ୍ରକଚର ଲିମିଟେଡ (ଏଚଡିଆଇଏଲ), ରାକେଶ କୁମାର ୱାଧୱାନ, ସାରଙ୍ଗ ୱାଧୱାନ, ୱାରିୟମ ସିଂ ଏବଂ ପିଏମସି ବ୍ୟାଙ୍କ ଲିମିଟେଡ୍ ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଜୋ ଥୋମାସଙ୍କ ବିରୋଧରେ ଇଡି ତଦନ୍ତ ଆରମ୍ଭ କରିଥିଲା। ମୁମ୍ବାଇ ପୁଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ ଦ୍ବାରା ପଞ୍ଜୀକୃତ ହୋଇଥିବା ଏକ ଏଫ୍ଆଇଆର୍ ଆଧାରରେ ଏହା କରାଯାଇଥିଲା।

Comments are closed.