Odisha Link
Bridging the Missing Links in Odisha

କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଅନୁମତି

ନୂଆଦିଲ୍ଲୀ: କୋଭିଡ ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଅନୁମତି ମିଳିଛି। କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀ ବ୍ୟବହାର ନେଇ ଅନୁମତି ଦିଆ ଯାଇଛି। ଏସଇସିର ଜରୁରୀ ବ୍ୟବହାର ନେଇ ସୁପାରିସକୁ ଅନୁମୋଦନ କରାଯାଇଛି। କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ ନେଇ ବିଧିବଦ୍ଧ ଭାବେ ଅନୁମତି ମିଳିଛି।

ସେପଟେ କୋଭାକ୍ସିନକୁ ଜରୁରିକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଥିବା ବେଳେ ଭାରତ ବୈୟୋଟିକକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭାକ୍ସିନ ଟିକାକୁ ଅନୁମତି ମିଳିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ନବୀନ।

Comments are closed.