ଫାଣ୍ଡି ଅଧିକାରୀଙ୍କ ଉପରକୁ ତୀର ମାଡ଼

ରାଉରକେଲା: ଫାଣ୍ଡି ଅଧିକରୀଙ୍କୁ ତୀର ମାଡ଼। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରେ। ଆଜି ଅବାଧ ମଦ ବେପାର ଚଢ଼ଉ ବେଳେ ଫାଣ୍ଡି ଅଧିକରୀଙ୍କ ଉପରକୁ ତୀର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଫାଣ୍ଡି ଅଧିକରୀଙ୍କ ନାଁ ଏ.କେ ବେହେରା ବୋଲି ଜଣାପଡିଛି।
ସୂଚନା ମୁତାବକ, ଟେନ୍ସା ଜିରୋ ଅଞ୍ଚଳରେ ଅବାଧ ମଦ ବେପାର ହେଉଥିବା ଅଭିଯୋଗ ହୋଇଥିଲା। ପୁଲିସର ଚଢ଼ଉ ବେଳେ ମଦ ମାଫିଆମାନେ ତୀର ମାଡ଼ କରିଥିଲେ। ଫଳରେ ଫାଣ୍ଡି ଅଧିକାରୀଙ୍କ ପିଠିରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।