Odisha Link
Bridging the Missing Links in Odisha

୨୬/ ୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡକୁ ୧୫ ବର୍ଷ ଜେଲ୍

ନୂଆଦିଲ୍ଲୀ: ୨୬/ ୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡକୁ ୧୫ ବର୍ଷ ଜେଲଦଣ୍ଡ। ଆତଙ୍କବାଦୀ ଜକିଉର ରେହମାନ ଲଖଭିକୁ ମିଳିଛି ଏହି ଦଣ୍ଡାଦେଶ। ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ଆଜି ପାକିସ୍ତାନ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ ୧୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଆତଙ୍କବାଦୀ ଜକିଉର ରେହମାନ ଲଖଭି ୨୦୦୮ ୨୬/ ୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ଲାହୋରରେ ଜାକିୟୁର ରେହମାନ ଲାଖଭିଙ୍କ ବିରୋଧରେ ଆତଙ୍କବାଦ ପାଣ୍ଠି ମାମଲା ରୁଜୁ ହୋଇଛି। ସେ ଡିସପେନସାରୀ ନାମରେ ଟଙ୍କା ସଂଗ୍ରହ କରି ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହା ମୁଖ୍ୟତଃ ନୂଆ ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିଲା।

Comments are closed.