Odisha Link
Bridging the Missing Links in Odisha

୩ଟି ସମିତିରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ ଅଧ୍ୟକ୍ଷତା କରିବ ଭାରତ। ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ତିନି ସମିତି ହେଲା ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧି ସମିତି ଏବଂ ଲିବ୍ୟା ପ୍ରତିବନ୍ଧ ସମିତି।

ଭାରତ ପାଇଁ ସମସ୍ତ କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା କହିଛନ୍ତି ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍. ତ୍ରିମୂର୍ତ୍ତି। ୨୦୨୨ରେ ଆତଙ୍କବାଦ ନିରୋଧି ସମିତର ଅଧ୍ୟକ୍ଷତା କରିବ ଭାରତ।

ବିଶେଷ କରି ଆତଙ୍କବାଦ ବିରୋଧରେ ଭାରତ ଜାରି ରଖିଥିବା ଲଢ଼େଇକୁ ଏହା ଅଧିକ ବଳ ଦେବ ବୋଲି ଆଶା କରାଯାଉଛି। କାହିଁକିନା ଭାରତ ହିଁ ଆତଙ୍କବାଦର ସବୁଠାରୁ ଅଧିକ ପ୍ରଭାବିତ ରାଷ୍ଟ୍ର।

Comments are closed.