Odisha Link
Bridging the Missing Links in Odisha

ଭାଇ ଭଉଣୀ କଳିରେ ବାପା ଗୁରୁତର

ବାଲିପାଟଣା : ଭାଇ ଭଉଣୀ କଳିରେ ବାପା ଗୁରୁତର। ଏହି ଅଭାବନୀୟ ଘଟଣାଟି ବାଲିପାଟଣା ଥାନା ବାଘବରାହୀ ପାଟଣା ଗ୍ରାମରେ ଘଟିଛି। ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ପ୍ରକାଶ ଚନ୍ଦ୍ର ସାହୁ। ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ବାଘବରାହୀ ପାଟଣା ଗ୍ରାମର ପ୍ରକାଶଙ୍କ ପୁଅ ରାକେଶ ଏବଂ ତାଙ୍କ ବିବାହିତ ଭଉଣୀଙ୍କ ମଧ୍ୟରେ ଆଜି ସକାଳୁ କଳି ଲାଗିଥିଲା। ରାକେଶ ରାଗି ଯାଇ ଏକ କାଠଫାଳିଆରେ ଭଉଣୀକୁ ଆକ୍ରମଣ କରିଥିଲା।

ସେହି ସମୟରେ ମା ଘର ଗ୍ରିଲ ଦେଇ ଦେଇଥିଲେ। ରାକେଶ ଗ୍ରିଲ ଭିତରକୁ କାଠଫାଳିଆ ଭର୍ତ୍ତି କରି ଦେବେ ଫଳରେ ଘର ଭିତରେ ଥିବା ବାପାଙ୍କ ବେକରେ କାଠଫାଳିଆଟି ପଶି ଯାଇଥିଲା। ଖବର ପାଇ ବାଲିପାଟଣା ଥାନା ପୁଲିସ ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି। ଘଟଣା ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

Comments are closed.