Odisha Link
Bridging the Missing Links in Odisha

ଦୁଇ ବର୍ଷରେ ୮୦ଟି ଗାଡ଼ି କିଣିଛନ୍ତି ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର : ଆଜି ସିଏମ୍‌ଓ ୱେବ୍‌ସାଇଟ୍‌ ରେ ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ। ତେବେ ୨୦୨୦ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ସଂପତ୍ତିର ତାଲିକା ଦେଇଛନ୍ତି। ତାଙ୍କର ସମ୍ପତ୍ତିର ମୂଲ୍ୟ ମିଶି ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ଟଙ୍କା।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ତାଙ୍କ ସଂପତ୍ତିର ତାଲିକା ଦେଇଛନ୍ତି। ୨ ବର୍ଷରେ ସେ କିଣିଛନ୍ତି ୮୦ଟି ଗାଡ଼ି। ୨୦୧୮ରୁ ୨୦୨୦ ମଧ୍ୟରେ ସେ ଏହି ସବୁ ଗାଡ଼ି କିଣିଛନ୍ତି। ଏହା ମଧ୍ୟରେ ରହିଛି ଗୋଟିଏ ସୌଖୀନ ମର୍ସିଡିସ୍ ବେଞ୍ଜ୍ କାର୍। ଏହି ମର୍ସିଡିସ୍ ବେଞ୍ଜ କାର୍‌ର ମୂଲ୍ୟ ୧ କୋଟି ୯୬ ଲକ୍ଷ ଟଙ୍କା। ଅନ୍ୟ ଗାଡ଼ିମାନଙ୍କ ଭିତରେ ରହିଛି ଅନେକ ଟ୍ରକ ଓ ବାଣିଜ୍ୟିକ ଗାଡ଼ି।

ତେବେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପତ୍ତିର ମୂଲ୍ୟ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କା। ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସଂପତ୍ତିର ମୂଲ୍ୟ ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା।

Comments are closed.