Odisha Link
Bridging the Missing Links in Odisha

ଆଜି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

ଓ୍ୱାଶିଂଟନ: ଆଜି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇପାରେ। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଗତ ବୁଧବାର ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗା ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍‌ ଦଳ ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଡେମୋକ୍ରାଟ୍‌ ସାଂସଦ ଟେଡ୍‌ ଲିଉ ଜଣାଇଛନ୍ତି।

ଟ୍ରମ୍ପଙ୍କ ବିରୋଧରେ ଏହି ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ୧୮୦ ଜଣ ସଦସ୍ୟ ପ୍ରସ୍ତୁତ ରହିଥିବା ଲିଉ ଟ୍ବିଟ୍‌ କରି ଜଣାଇଛନ୍ତି। ଯଦି ଟ୍ରମ୍ପ ସ୍ବତଃପ୍ରବୃତ୍ତ ଭାବେ ଇସ୍ତଫା ନଦିଅନ୍ତି କିମ୍ବା ଉପରାଷ୍ଟ୍ରପତି ମାଇକ ପେନ୍ସ ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ କ୍ଷମତାକୁ ଉପଯୋଗ କରି କ୍ୟାବିନେଟ କିମ୍ବା କଂଗ୍ରେସ କମିଟି ଦ୍ବାରା ତାଙ୍କୁ ରାଷ୍ଟ୍ରପତି ପଦରୁ ନ ହଟାନ୍ତି ତା’ହେଲେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ।

ଆଗାମୀ ୨୦ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ସଂଖ୍ୟାଧିକ ଆମେରିକୀୟ ଚାହୁଥିବାରୁ ଆମେ ସେମାନଙ୍କୁ ସମ୍ମାନ ଦେଇ ପଦକ୍ଷେପ ଗ୍ରହଣ କରିବୁ ବୋଲି ପେଲୋସି କହିଛନ୍ତି।

Comments are closed.