Odisha Link
Bridging the Missing Links in Odisha

ସୁରିନାମେର ରାଷ୍ଟ୍ରପତି ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ଚଳିତବର୍ଷ ଗଣତନ୍ତ୍ର ଦିବସ ପାଇଁ ଅତିଥି ହେବେ ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସାନ୍ତୋଖି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ବାତିଲ ହେବା ପରେ ଭାରତ ସରକାର ଚନ୍ଦ୍ରିକାପ୍ରସାଦଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି ଚନ୍ଦ୍ରିକାପ୍ରସାଦ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି। ଚନ୍ଦ୍ରିକାପେରସାଦ ସାନ୍ତୋଖି ଭାରତୀୟ ବଂଶୋଦ୍ଭୋବ।

ଗତ ସପ୍ତାହରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ। ୨୦୨୦ ଜୁଲାଇରେ ଚନ୍ଦ୍ରିକାପ୍ରସାଦ ସୁରିନାମର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏପରିକି ସେ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ।

ବ୍ରିଟେନରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ୫ ତାରିଖରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ବ୍ରିଟେନରେ କୋରନା ଭୁତାଣୁର ଦ୍ରୁତ ଗତିରେ ମାଡ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ପୁଣି ଥରେ ଲକଡାଉନ ଘୋଷଣା କରାଯାଇଛି। ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବା ସମ୍ଭବ ନୁହେଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଥିଲା।

Comments are closed.