ଏହି ସ୍ଥାନରେ ପାଣି ଠୁ ବି ଶସ୍ତା ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଦର। ଲଗାତାର ତୈଳ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ୮୦ରୁ ୯୦ ଟଙ୍କା ରହିଛି। କାତ୍ର ଏପରି ଏକ ଦେଶ ରହିଛି ଯେଉଁଠି ପାଣି ଠୁ ବି ଶସ୍ତାରେ ମିଳେ ପେଟ୍ରୋଲ।
ସାରା ବିଶ୍ୱରେ ପେଟ୍ରୋଲ ଏବଂ ଡିଜେଲ୍ ଭେନେଜୁଆଲାରେ ସବୁଠାରୁ ଶସ୍ତାରେ ମିଳିଥାଏ। ଭରତୀୟ ମୁଦ୍ରା ଅନୁସାରେ ଏଠାରେ ୧ ଟଙ୍କା ୪୨ ପଇସାରେ ଏକ ଲିଟର ପେଟ୍ରୋଲ ମିଳେ। ଜାନୁଆରୀ ୪ ତାରିଖରେ ସେଠାରେ ପେଟ୍ରୋଲର ଏହି ଦର ଥିଲା। ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଇରାନ୍। ସେଠାରେ ୪.୨୪ ଟଙ୍କାରେ ମିଳେ ଏକ ଲିଟର ପେଟ୍ରୋଲ। ଆଙ୍ଗୋଲାରେ ଏକ ଲିଟରେ ତେଲ ୧୭.୮୮ ଟଙ୍କାରେ ମିଳେ। ଏହି ଦେଶମାନଙ୍କରେ ପାଣିଠାରୁ ମଧ୍ୟ ଶସ୍ତାରେ ପେଟ୍ରୋଲ ଏବଂ ଡିଜେଲ୍ ମିଳୁଛି।
ଏଥିସହ ବିଶ୍ୱରେ ଏପରି କିଛି ଦେଶ ରହିଛି ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବେଶ୍ ଅଧିକ। ହଙ୍ଗକଙ୍ଗରେ ଲିଟର ପ୍ରତି ପେଟ୍ରୋଲ ଦର ଭାରତୀୟ ମୁଦ୍ରାରେ ୧୬୯.୨୧ ଟଙ୍କା ରହିଛି। ସେଣ୍ଟ୍ରାଲ୍ ଆଫ୍ରିକାନ୍ ରିପବ୍ଲିକ୍ରେ ୧୫୦ ଟଙ୍କା ୨୯ ପଇସା ରହିଛି। ନେଦରଲ୍ୟାଣ୍ଡରେ ୧୪୦.୯୦ ଟଙ୍କା ରହିଛି। ନରଓ୍ୱେରେ ୧୩୫.୩୮ ଟଙ୍କା ରହିଛି। ଫିନ୍ଲାଣ୍ଡରେ ୧୩୩.୯୦ ଟଙ୍କା ରହିଛି। ଇଂଲଣ୍ଡରେ ୧୧୬ ଟଙ୍କା ରହିଛି ମାତ୍ର ଆମେରିକାରେ ୫୦.୧୩ ଟଙ୍କା ରୁଷ୍ରେ ୪୨.୬୯ ଟଙ୍କା ରହିଛି।
Comments are closed.