Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ବରିଷ୍ଠ କିରାଣୀ ଅସିତ ଯୋଶୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଜମି ପଟ୍ଟା କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ।

ମିଳିଥିବା ସୂଚନା ଅନୁସାରେ, ମୁରିବାହାଲ୍ ତହସିଲର ବରିଷ୍ଠ କିରାଣୀ ଅସିତ୍ ଯୋଶୀ ସହାଜପାଣି ଗାଁର ଥବିର ସାହୁଙ୍କଠାରୁ ଲାଞ୍ଚ ନେଉଥିଲେ। ଜମି ପଟ୍ଟା କରାଇଦେବାକୁ ୨୮ଶହ ଟଙ୍କା ଲାଞ୍ଚି ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ସେହିପରି ବଲାଙ୍ଗୀର ଓ ବରଗଡ଼ରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।