Odisha Link
Bridging the Missing Links in Odisha

ଜାତୀୟ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କଲେ ଉଚିତ ଜବାବ ଦିଆଯିବ: ପ୍ରତିରକ୍ଷା ମନ୍ତ୍ରୀ

ବେଙ୍ଗାଲୁରୁ: ଭାରତ ସବୁବେଳେ ଶାନ୍ତି ଚାହେଁ ଯୁଦ୍ଧ ଚାହେଁ ନାହିଁ। ତେବେ ଯେଉଁ ମହାଶକ୍ତି ବି ହେଉନା କାହିଁକି ଯଦି ସେ ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ, ତା’ହେଲେ ଦେଶର ଯବାନମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି ଶତ୍ରୁ ରାଷ୍ଟ୍ରକୁ ଏଭଳି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ସେ ଆହୁରି କହିଛନ୍ତି, ଭାରତ ସବୁବେଳେ ପଡ଼ୋଶୀଙ୍କ ସହ ବନ୍ଧୁତା ଓ ଶାନ୍ତିପୂର୍ଣ୍ଣ ପରିବେଶ ପ୍ରତିଷ୍ଠା କରିବାକୁ ଚାହେଁ। କାରଣ ବନ୍ଧୁତା ଓ ଶାନ୍ତି ପ୍ରତିଷ୍ଠା ଆମ ରକ୍ତ ଏବଂ ସଂସ୍କୃତିରେ ରହିଛି। ଆମେ ସମସ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ପରିବେଶ ସପକ୍ଷରେ ରହିଛୁ। ଆମର ବୀର ଯବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ସବୁ ସମୟରେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ଯବାନ ପ୍ରସ୍ତୁତ ବୋଲି କହିଛନ୍ତି ରାଜନାଥ।

୫ମ ଆର୍ମଡ ଫୋର୍ସ ଭେଟରାନ ଦିବସରେ ଶ୍ରୀ ସିଂହ ଚାଇନା ସହ ଚାଲିଥିବା ବିବାଦ ସମ୍ପର୍କରେ କହିଛନ୍ତି, ଭାରତୀୟ ଯବାନମାନେ ବୀରତ୍ୱ ଓ ଧୈର୍ଯ୍ୟର ପରିଚୟ ଦେଇଛନ୍ତି। ଯଦି ଏହାକୁ ସାର୍ବଜନୀନ କରାଯିବ, ତା’ହେଲେ ପ୍ରତିଟି ଭାରତୀୟ ଆମ ଯବାନମାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ପାକିସ୍ତାନ ମାଟିର ଆତଙ୍କବାଦୀଙ୍କୁ ମଧ୍ୟ ଭାରତୀୟ ଯବାନ ବେଶ ସଫଳତାର ସହ ଶେଷ କରିଥିବା ଶ୍ରୀ ସିଂହ କହିଛନ୍ତି।

Comments are closed.