ପରୀ ହତ୍ୟା ମାମଲା: ସିଟିଙ୍ଗ୍ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ ମିଳିନି ଚିଠି

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏସଆଇଟି ତଦନ୍ତ ମନିଟରିଂ ପାଇଁ ରାଜ୍ୟ ସରକାର ସିଟିଙ୍ଗ୍ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ କୌଣସି ଚିଠି ଲେଖିନାହାନ୍ତି। ଏନେଇ ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।
ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁୁ ଏ ସମ୍ପର୍କିତ ତଥ୍ୟ ମାଗିଥିଲେ। ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି। ଏନେଇ ହାଇକୋର୍ଟର ଜନ ସୂଚନା ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପରୀ ହତ୍ୟାକୁ ନେଇ ରାଜ୍ୟ ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏସଆଇଟି ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି। ଏସଆଇଟି ତଦନ୍ତରେ ପରୀ ମା ସନ୍ତୁଷ୍ଟ ନଥିବାରୁ ସେ ନ୍ୟାୟ ପାଇଁ ସୁପ୍ରିମେକୋର୍ଟରେ ଆବେଦନ କରିଛନ୍ତି।