ପିକ୍ଅପ୍ ଓଲଟି ୫ ଗୋରୁ ମୃତ

ଭଦକ୍ର: ଭଦ୍ରକ ଜିଲ୍ଳା ଭଦ୍ରକ ଓ ଧାମନଗର ରାସ୍ତାର ଭଣ୍ଡାରୀପଦି ଛକରେ ଆଜି ସକାଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡ଼ିଛି। ଏଥିରେ ୫ ଗୋରୁଙ୍କ ମୃତ୍ୟୁ ହୋଇଛି। ଗୋରୁ ଚାଲାଣ ବେଳେ ପିକଅପ ଭ୍ୟାନ ଓଲଟିପଡ଼ ଥିବା ଜଣାପଡ଼ିଛି।
ଭ୍ୟାନ ଓଲଟି ପଡ଼ିବାରୁ ଗାଡ଼ିରୁ ଅନ୍ୟ ୨୦ଟି ଗୋରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଫେରାର ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ବୋଲି ସୂଚନା ମିଳିଛି।