Odisha Link
Bridging the Missing Links in Odisha

କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର

କେନ୍ଦୁଝର: କାଲିଠାରୁ ଖୋଲିବ ଘଟଗାଁର ମା ତାରିଣୀ ମନ୍ଦିର ଏଥିପାଇଁ ପ୍ରଶାସନ ତରଫରୁ ଏସ୍‌ପିଓ ଜାରି କରାଯାଇଛି। ସକାଳ ୮ଟାରୁ ଦିନ ୧୨ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିବେ ଭକ୍ତ। ଥରକେ ୨୫ରୁ ୩୦ଭକ୍ତଙ୍କୁ ମନ୍ଦିର ବେଢ଼ା ଭିତରକୁ ପ୍ରବେଶ ଅନୁମତି ମିଳିଛି।

୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ଅନୁମତି ନାହିଁ। ପ୍ରସାଦ ବିକ୍ରି, ଭୋଗ, ଚନ୍ଦନ, ସିନ୍ଦୁର ମନା କରାଯାଇଛି। କେବଳ ଦର୍ଶନ ଅନୁମତି ମିଳିବ। ମନ୍ଦିର ଭିତରେ ଦୋକାନ ଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ମନ୍ଦିର ପରିସରରେ ମାନସିକଧାରୀ ଚୁଳ ସମର୍ପଣ ପରିପାରିବେ ନାହିଁ।

Comments are closed.