Odisha Link
Bridging the Missing Links in Odisha

ଭାଇକୁ ଭାଇ ମାରିଲା ତୀର

କରଞ୍ଜିଆ: ଭାଇକୁ ଭାଇ ମାରିଲା ତୀର। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗାଁରେ। ଘର କାଳିକୁ ନେଇ ତୀର ମାଡ଼ ପରେ ବଡ଼ ଭାଇ ଆହତ ହୋଇଥିବା ବେଳେ ସାନ ଭାଇକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ, ଗାଁର ଦୁଇ ଭାଇ ବୁଧୁରାମ ପିଙ୍ଗୁଆ ଓ ଟୁବୁରୁ ପିଙ୍ଗୁଆ ମଧ୍ୟରେ ଘର ଭାଗକୁ ନେଇ ଗତକାଲି ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍ତେଜିତ ହୋଇ ବୁଧୁରାମ ସାନ ଭାଇ ଟୁବୁରକୁ ତୀରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ଟୁବୁର ତାଙ୍କ ଉପରକୁ ତୀର ମାଡ଼ କରିଥିଲେ। ଗୁରୁତର ବୁଧୁରାମଙ୍କ ଛାତିରେ ତୀରଟି ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.