Odisha Link
Bridging the Missing Links in Odisha

ଶାଶୁ-ଶ୍ବଶୁରଙ୍କୁ ହତ୍ୟା କଲା ଜ୍ବାଇଁ

ବିଜନୌର: ଶାଶୁ-ଶ୍ବଶୁରଙ୍କୁ ନିର୍ମମ ଭାବେ ହତ୍ୟା କଲା ଜ୍ବାଇଁ। ଅନ୍ୟ ଜଣେ ଜ୍ବାଇଁ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଛି।

ସୂଚନା ମୁତାବକ, ଗତକାଲି ରାତିରେ ଉତ୍ତରପ୍ରଦେଶ ବିଜନୌର ଥାନା ଚକମଦମୁଦପୁରରେ ମୁଜଫରନଗରର ବାସିନ୍ଦା ରିଜଓ୍ବାନା ନିଜ ଶ୍ବଶୁର ଘର ପହଞ୍ଚିଥିଲା। ବୃଦ୍ଧ ଶାଶୁ-ଶ୍ବଶୁରଙ୍କୁ ଛୁରୀ ଭୁସି ହତ୍ୟା କରିଦେଇଛନ୍ତି। ଏହି ସମୟରେ ଅନ୍ୟ ଜଣେ ଜ୍ବାଇଁ ଫହିମ ବିରୋଧ କରିବାରୁ ରିଜଓ୍ବାନ ତାଙ୍କୁ ମଧ୍ୟ ଆକ୍ରମଣ କରି ଆହତ କରିଦେଇଥିଲେ। ଫହିମଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ଜ୍ବାଇଁ ରିଜଓ୍ବାନଙ୍କ ସ୍ତ୍ରୀ ଗତ ୩ ମାସ ହେବ ତାଙ୍କ ବାପଘରେ ରହୁଛନ୍ତି ଶ୍ବଶୁରଘରକୁ ଯାଉନାହାନ୍ତି। ଏହି କାରଣରୁ ଉତକ୍ଷୀପ୍ତ ହୋଇ ଜ୍ବାଇଁ ରିଜଓ୍ବାନ ଶାଶୁ-ଶ୍ବଶୁରଙ୍କୁ ହତ୍ୟା କରିଛନ୍ତି।

Comments are closed.