Odisha Link
Bridging the Missing Links in Odisha

ଜେସିବିରୁ ୧୧ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର: ଜେସିବିରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର। ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗାଁ ନୂଆ ବନ୍ଧ ନିକଟରୁ ୨ଟି ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପକୁ ଉଦ୍ଧାର କରିଛନ୍ତି।

ସୂଚନା ମୁତାବକ, ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ସମୟରେ ଜେସିବି ମସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା। ଉକ୍ତ ନାଳ ଖୋଲିବା ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଆସିଥିଲେ। ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡିର ଶୁଣ୍ଢରେ ଦାବି ରଖିଥିଲେ।

ଅନ୍ୟ ଗୋଟିଏ ସାପ ଗାଡିର ଇଞ୍ଜିନ ମଧ୍ୟରେ ପ୍ରବେଶ କରିଥିଲେ। ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ପ୍ରଥମେ ସାତ ଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ। ଏହାପରେ ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଅନ୍ୟ ଗୋଟିଏ ଅଜଗର ଯାହାର ଲମ୍ବ ୧୧ଫୁଟ ହେବ ତାକୁ ଉଦ୍ଧାର କରିଥିଲେ।

Comments are closed.