Odisha Link
Bridging the Missing Links in Odisha

ଦୁଷ୍କର୍ମ କରି ନାବାଳିକାକୁ ଗଛରେ ଟାଙ୍ଗିଲେ ଦୁବୃର୍ତ୍ତ

ଲକ୍ଷ୍ନୌ: ଦୁଷ୍କର୍ମ କରି ନାବାଳିକାକୁ ଗଛରେ ଟାଙ୍ଗିଲେ ଦୁଷ୍କର୍ମକାରୀ। ଏଭଳି ଏକ ଘୃଣ୍ୟ ଓ ଅମାନବୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶରର ମହୋବାରେ।ଜଣେ ୧୬ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି।ଏହି ଦଳିତ ଛାତ୍ରୀ ଜଣଙ୍କ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ଶବକୁ ଗଛରେ ଟାଙ୍ଗି ଦେଇଛନ୍ତି।

ସୂଚନା ମୁତାବକ, ଗତ ଶନିବାର ଛାତ୍ରୀ ଜଣଙ୍କ ସଉଦା କିଣିବାକୁ ବଜାରକୁ ଯାଇଥିଲେ। ମାତ୍ର ଆଉ ଘରକୁ ଫେରି ନଥିଲେ। ଦିନକ ପରେ ସ୍ଥାନୀୟ ଅଞ୍ଚଳର ଗୋଟିଏ ଗଛରୁ ତାଙ୍କ ଝୁଲନ୍ତା ଶବ ମିଳିଥିଲା। ଛାତ୍ରୀଙ୍କ ପରିବାର ଲୋକ କହିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଦୀର୍ଘ ଦିନ ହେଲା ହଇରାଣ କରି ଆସୁଥିଲେ।

ସେହି ଯୁବକ ଜଣଙ୍କ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ପ୍ରଥମେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ସହ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଭୋରା, ତରୁଣ ଓ ଭୂପେନ୍ଦ୍ର ନାମକ ୩ ଜଣ ଯୁବକଙ୍କୁ ଗିରଫ କରିଛି।

ବରିଷ୍ଠ ପୁଲିସ୍ ଅଧିକାରୀ ଆରଏସ୍ ଗୁପ୍ତା କହିଛନ୍ତି, ପୀଡ଼ିତାଙ୍କ ପରିବାର ଲୋକ ସ୍ଥାନୀୟ ଅଞ୍ଚଳର ୩ ଜଣ ଯୁବକଙ୍କ ନାଁ ନେଇଥିଲେ। ସେହି ଆଧାରରେ ପୁଲିସ୍‌ ଅପହରଣ, ଗଣଦୁଷ୍କର୍ମ ଓ ଦଳିତ ନିର୍ଯାତନା ଆଇନ ବଳରେ ମାମଲା ରୁଜୁ କରିଛି। ସେହିପରି ଅଭିଯୁକ୍ତ ୩ ଯୁବକଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Comments are closed.