Odisha Link
Bridging the Missing Links in Odisha

କୁନି ଝିଅକୁ କୋର୍ଟ ପଠାଇଲା ପୁଲିସ

ଭୁବନେଶ୍ବର: ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ୮ ବର୍ଷ ଝିଅକୁ କୋର୍ଟ ପଠାଇଲା ପୋଲିସ। କୁନି ଝିଅଙ୍କୁ ଦେଖି କୋର୍ଟ ଖପ୍ପା ହୋଇଥିଲେ। ପୁରା ମାମଲାରୁ ନାବାଳିକାର ନା କାଟିଦେବା ସହ ଏ ସମ୍ପର୍କରେ ଡିସିପିଙ୍କୁ ଜଣାଇଥିଲେ। ଅନ୍ୟପଟେ କାହିଁକି ଜଣେ ନାବାଳିକାକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ପଠାଇଥିଲେ ତାହାର କୈଫିୟତ ଦେବାକୁ ବାଲିପାଟଣା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଭୁବନେଶ୍ୱର ଡିସିପିଙ୍କ କୋର୍ଟରେ ହାଜର ହେବା ପାଇଁ ଆସିଥିଲା କୁନି ଝିଅ ।

ଏହି ଝିଅଟି ଏମିତି କଣ ଅପରାଧ କରିଥିବ ଯେ, ଯେଉଁଥିପାଇଁ ତାକୁ କୋର୍ଟରେ ହାଜର ହେବାକୁ ପଡିଲା ? ଅପରାଧ କଣ ଜାଣିନଥିବା ଏହି କୁନି ଝିଅକୁ କାହିଁକି କୋର୍ଟ ଆସିବାକୁ ପଡିଲା ? ଆଉ ବାଲିପାଟଣା ଥାନାର ସେ କେମିତିକା ଅଫିସର ଯିଏ ଏହି ଛୋଟ ଛୁଆଟିକୁ କୋର୍ଟରେ ହାଜର ହେବା ପାଇଁ ଆଇପିସିର ଧାରା ୧୦୭ରେ ନୋଟିସ ଜାରି କରିଥିଲେ ? କୋର୍ଟ ରୁମରେ ଛୋଟ ଛୁଆକୁ ଦେଖି ଖଫା ହୋଇଯାଇଥିଲେ କୋର୍ଟ। ପଚାରିଥିଲେ ଇଏ କିଏ ଏବଂ କାହିଁକି ଏଠାକୁ ଆସିଛନ୍ତି। ସଙ୍ଗେ ସଙ୍ଗେ ଝିଅର ପରିବାର ଲୋକେ ଉତ୍ତର ଦେଇଥିଲେ, ବାଲିପାଟଣା ପୋଲିସ ଆମ୍ଭମାନଙ୍କ ସମେତ ଆମ ୮ବର୍ଷର ଝିଅକୁ ବି କୋର୍ଟରେ ହାଜର ହେବା ପାଇଁ ନୋଟିସ କରିଥିଲେ। ଆଉ କୋର୍ଟଙ୍କୁ ସମ୍ମାନ ଜଣାଇ ଆମେ ଆମ ଝିଅ ସହିତ ପୁରା ପରିବାର ଆଜି କୋର୍ଟରେ ଉପସ୍ଥିତ ରହିଲୁ।

କୋର୍ଟ ସଙ୍ଗେ ସଙ୍ଗେ କୁନି ଝିଅର ନାଁ କାଟିବା ସହିତ କୋର୍ଟରୁମରୁ ବାହାର କରିବାକୁ କହିଥିଲେ ଏବଂ ପୂରା ମାମଲାରୁ ଝିଅର ନାଁ କାଟିଦେଇଥିଲେ। ସଙ୍ଗେ ସଙ୍ଗେ ଡିସିପିଙ୍କୁ ଏ ବାବଦରେ ଅବଗତ କରାଇଥିଲେ। ବାଲିପାଟଣା ପୋଲିସକୁ ଡିସିପି କହିଛନ୍ତି, କେମିତି ୮ବର୍ଷର କୁନି ଝିଅକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା, ତାର କାରଣ ଦର୍ଶାଅ। ଏକ ଜମିବାଡି ଗଣ୍ଡଗୋଳକୁ ନେଇ ଯେତେବେଳେ ବାଲିପାଟଣା ଥାନାରେ କଥା ପହଞ୍ଚିଥିଲା ସେତେବେଳେ ପୋଲିସ ଏହି ନୋଟିସ ଜାରି କରିଥିଲା।

Comments are closed.