Odisha Link
Bridging the Missing Links in Odisha

ଶୁବମନ ଗିଲ୍‌ ଭାଙ୍ଗିଲେ ଲିଟିଲ ମାଷ୍ଟରଙ୍କ ୫୦ ବର୍ଷର ପୁରୁଣା ରେକର୍ଡ

ନୂଆଦିଲ୍ଲୀ: ବ୍ରିସ୍‌ବେନ୍‌ ଟେଷ୍ଟରେ ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ। ଆଜି ଶେଷ ଟେଷ୍ଟ ମ୍ୟାଚର ଶେଷ ଦିନ ଖେଳ ଚାଲିଛି। ପଞ୍ଚମ ଦିନର ଟି-ବ୍ରେକ୍‌ ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ଓ୍ବିକେଟ୍‌ ହରାଇ ୨୦୨ ରନ୍‌ କରିଛି। ରୋମାଞ୍ଚକର ସ୍ଥିତିରେ ଥିବା ବ୍ରିସ୍‌ବେନ୍‌ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ଜିତିବାକୁ ହେଲେ ଆଉ ୧୨୬ ରନର ଆବଶ୍ୟକତା ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ଦଳକୁ ମ୍ୟାଚ୍‌ ଜିତି ସିରିଜ ହାତେଇବାକୁ ହେଲେ ଆଉ ୭ ଓ୍ବିକେଟର ଆବଶ୍ୟକତା ରହିଛି।

ବ୍ରିସ୍‌ବେନ୍‌ ଟେଷ୍ଟର ୫ମ ଦିନରେ ଟିମ୍‌ ଇଣ୍ଡିଆର ୨୧ ବର୍ଷିୟ ଖେଳାଳି ଶୁବମନ ଗିଲ୍‌ ଦମଦାର ପ୍ରଦର୍ଶନ କରିଛନ୍ତି। ଶେଷ ଟେଷ୍ଟର ଦ୍ବିତୀୟ ଇନିଂସରେ ଶୁବମନ ୯୧ ରନର ଶାନଦାର ଇନିଂସ୍‌ ଖେଳିଛନ୍ତି। ଏଥିସହିତ ତାଙ୍କ ନାମରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ। ଗିଲ‌ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟର ଚତୁର୍ଥ ଇନିଂସରେ ଅର୍ଦ୍ଧଶତକ ହାସଲ କରି ଭାରତର ସର୍ବ କନିଷ୍ଠ ଓପନର୍‌ ହୋଇଛନ୍ତି।

ପ୍ରଥମେ ଏହି ରେକର୍ଡ ସୁନୀଲ ଗାଭାସ୍କରଙ୍କ ନାମରେ ଥିଲା। ଲିଟିଲ ମାଷ୍ଟର ୧୯୭୦-୭୧ ମସିହାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୬୭ ରନ୍‌ ସ୍କୋର କରିଥିଲେ। ଏବେ ଗିଲ୍‌ ନିଜର ତୃତୀୟ ଟେଷ୍ଟ ମ୍ୟାଚରେ ମାତ୍ର ୨୧ ବର୍ଷ ୧୩୩ ଦିନରେ ଏହି କିର୍ତ୍ତିୀମାନ ହାସଲ କରିଛନ୍ତି।

ଏଥିସହିତ ଗିଲ୍‌ଙ୍କ ନାମରେ ଆଉ ଏକ ରେକର୍ଡ। ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ମ୍ୟାଚ୍‌ ଖେଳି ନର୍ଭସ ନାଇଣ୍ଟିରେ ଆଉଟ୍‌ ହେବାରେ ମଧ୍ୟ ସର୍ବକନିଷ୍ଠ କନିଷ୍ଠ ଖେଳାଳି ହୋଇଛନ୍ତି ଶୁବମନ୍। ଏଥିସହିତ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ୍‌ ଖେଳି ୪ର୍ଥ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିବାରେ ମଧ୍ୟ ସର୍ବକନିଷ୍ଠ ଯୁବ ବ୍ୟାଟସମ୍ୟାନ୍‌ ହୋଇଛନ୍ତି। ସେ ଏହି ମାମଲାରେ ଦିଲୀପ ଭଙ୍ଗସକରଙ୍କୁ ପଛରେ ପକାଇଛନ୍ତି।

Comments are closed.