Odisha Link
Bridging the Missing Links in Odisha

ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ

କଟକ: ଓଲିଉଡ଼ ତାର ଆଉ ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇଛି। ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଛି। ମାତ୍ର ୬୪ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି। ତାଙ୍କ ଅଭିନିତ ସଂଖ୍ୟାଧିକ, ଓଡ଼ିଆ ଚଳଚ୍ଚିତ୍ର, ସିରିଏଲରେ ଅଭିନୟ କରି ଦାର୍ଶକଙ୍କ ମନ ଜିଣିଥିଲେ ରବି ମିଶ୍ର। ନୂଆ ବର୍ଷ ଆରମ୍ଭ ଓଲିଉଡ଼଼ରେ ଘୋଟି ଯାଇଛି ଦୁଃଖର ବାଦଲ।

ନିଜର ନିଖୁଣ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରିପାରିଥିବା ଏହି ଅଭିତାଙ୍କ ଆଜି ଆରପାରିକୁ ଚାଲିଯାଇଛନ୍ତି। ସବୁ ଚରିତ୍ରକୁ ପରଦା ଉପରେ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିପାରୁଥିବା ଏହି ଅଭିନେତା ଜଣଙ୍କ ଅନେକ ପୁରୁଖା ଅଭିନେତାଙ୍କ ସହ ଅଭିନୟ ମଧ୍ୟ କରିଛନ୍ତି। ନିକଟରେ ସେ ଜି ସାର୍ଥକର ଏକ ଧାରାବାହିକ ହେ ପ୍ରଭୁରେ ଅଭିନୟ କରୁଥିଲେ।

ତେବେ ଗୋପାଳ ରହସ୍ୟ’ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ରଙ୍କ ପରଲୋକରେ ସମ୍ପୂର୍ଣ୍ଣ ଓଲିଉଡ଼ ଏବେ ମର୍ମାହତ। ଏହି ଧାରାବାହିକକୁ ଏବେ ଭୁଲିନାହାଁନ୍ତି ଦର୍ଶକ। ଏଥିରେ ତାଙ୍କ ନିଖୁଣ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇପାରିଥିଲା।

Comments are closed.