Odisha Link
Bridging the Missing Links in Odisha

୯୦ ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା, ୨ ଗିରଫ

ସମ୍ବଲପୁର: ୯୦ ଟଙ୍କା ପାଇଁ ଯୁବକଙ୍କୁ ପଥରରେ ଛେଚି ହତ୍ୟା। ମାସେ ତଳେ ସମ୍ୱଲପୁର ଜିଲ୍ଲାରେ ଘଟିଥିବା ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ବି.ଗଙ୍ଗାଧର।

ସୂଚନା ଅନୁସାରେ, ଡିସେମ୍ବର ୫ ତାରିଖ ରାତିରେ ମହମ୍ମଦ ଅଫତର ଗେଙ୍ଗୁଟିପାଲି ଅଞ୍ଚଳରୁ ନିଜ ଘରକୁ ଚାଲିଚାଲି ଫେରୁଥିଲେ। ତେବେ ସୋନାପାଲି ପୋଖରୀ ନିକଟରେ ଅଜୟ ମୁଣ୍ଡା ଓ ରାକେଶ ମୁଖୀ ତାଙ୍କଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ।

ଏହାର ପ୍ରତିବାଦ କରିବାରୁ ଦୁଇ ଅଭିଯୁକ୍ତ ଅଫ୍‌ତରଙ୍କ ମୁହଁକୁ ଇଟାରେ ଛେଚି ମାରି ଦେଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ପ୍ୟାଣ୍ଟ ପକେଟ୍‌ରୁ ୯୦ ଟଙ୍କା ନେଇ ଯାଇଥିଲେ। ଗଲାବେଳେ ମୃତଦେହକୁ ନିକଟସ୍ଥ ପୋଖରୀକୁ ଫିଙ୍ଗି ଦେଇଥିଲେ।

ତା’ ପରଦିନ ଅର୍ଥାତ ୬ ତାରିଖ ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Comments are closed.